ଷ୍ଟାଡିୟମ ବାହାରେ ଦଳାଚକଟା, ୬ ଜଣଙ୍କ ଜୀବନ ଗଲା

ୱାଶିଂଟନ: ପ୍ରଳବ ଭିଡ଼ ଯୋଗୁ ପ୍ରଳବ ଭିଡ଼ ଯୋଗୁ ଫୁଟବଲ ଷ୍ଟାଡିୟମ ବାହାରେ ଦଳାଚକଟା ଦେଖିବାକୁ ମିଳିଛି। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମ୍ୟାଚ୍ ଦେଖିବା ପାଇଁ ଲୋକମାନେ ଯାଉଥିବା ବେଳେ ଏପରି ଘଟିଛି।

ସୂଚନା ଅନୁଯାୟୀ, ଷ୍ଟାଡିୟମରେ ଘରୋଇ ଟିମର ମ୍ୟାଚ୍ ଥିଲା। ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କରୋନା ଯୋଗୁ ୬୦% ଲୋକଙ୍କୁ ଯିବାକୁ ଅନୁମତି ଥିଲା। ହେଲେ ସୋମବାର ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ଲୋକମାନେ ପ୍ରବେଶ ପଥରେ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଠେଲାପେଲା କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଜଣେ ବ୍ୟକ୍ତି ପଡ଼ି ଯିବାରୁ ଦଳାଚକଟା ସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାମେରୁନର ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି।