ଲୋକଙ୍କ ଅଭିଯୋଗ – ଅପାରଗ ରାଜ୍ୟ ସରକାର

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରିଲିଜ୍‌ ହେଲା ବିଜେପିର ଅଭିଯୋଗ ପତ୍ର “ଲୋକଙ୍କ ଅଭିଯୋଗ – ଅପାରଗ ରାଜ୍ୟ ସରକାର”

ଓଡିଶାବାସୀ ଚାହୁଁଛନ୍ତି ପରିବର୍ତନ: ଡି. ପୁରନ୍ଦେଶ୍ୱରୀ

୧. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣାରେ ମିଳୁଥିବା ବାସଗୃହ ପାଇଁ ଗରୀବ ହିତାଧିକାରୀ ୨୦୦୦୦ ଟଙ୍କା ଏବଂ ଶୌଚାଳୟ ପାଇଁ ୨୦୦୦ଟଙ୍କା କାହିଁକି ଦେବେ?

୨. ପଶ୍ଚିମ ଓଡିଶାର ୬ଟି ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ କାହିଁକି ପାଇଲା ନାହିଁ

୩. ବନ୍ୟା, ଘୂର୍ଣ୍ଣିବଳୟ, ମରୁଡି, ପ୍ରଧାନମନ୍ତ୍ରୀଙ୍କ ଗୃହ ଯୋଜନା, ଶୌଚାଳୟ – ଆପଣ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଦଳୀୟ ଭିତିରେ କାହିଁକି ବଂଟନ କରୁଛନ୍ତି

୪. ୨୨ବର୍ଷର ଶାସନ ପରେ ସରକାର କାହିଁକି ୨୨ପ୍ରତିଶତ ଜମି ଜଳସେଚନ କରିବାରେ ବିଫଳ ହୋଇଛନ୍ତି?

୫. ଆଳୁ ଏବଂ ପିଆଜ ମିଶନ କାହିଁକି ଓଡିଶାରେ ବିଫଳ ହେଲା?

୬. ଚାଷୀଙ୍କୁ କେନ୍ଦ୍ର ସରକାର ୧୦ଟା ପିଏମ କିସ୍ତି ଦେଇସାରିଥିବାବେଳେ ରାଜ୍ୟ ସରକାର କେତୋଟି କାଳିଆ କିସ୍ତି ଦେଇଛନ୍ତି ?

୭. ମୋଦୀ ସରକାର ମାଗଣା ଚାଉଳ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀମାନେ କାହିଁକି ଚାଉଳ ନ ପାଇ ଅନାହାରରେ ମରୁଛନ୍ତି ?

୮. ୩୦ପ୍ରତିଶତ ଓଡିଆ କାହିଁକି ଗରିବ?

୯. କାହିଁକି ଓଡିଶାର ଏକ ତୃତୀୟାଂଶ ମହିଳା ରକ୍ତହୀନତାର ଶିକାର ହୁଅନ୍ତି?

୧୦. ସରକାରୀ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ କାହିଁକି ଉପଲବ୍ଧ ନାହିଁ ?

୧୧. ରାଜ୍ୟ ସରକାର ଅନୁମୋଦିତ ଡାକ୍ତରଖାନା ଗୁଡିକ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅଧୀନରେ ରୋଗୀମାନଙ୍କୁ ଚିକିତ୍ସା ନକରି କାହିଁକି ଫେରସ୍ତ କରନ୍ତି?

୧୨. ବିଜୁ ଯୁବ ବାହିନୀ କାହିଁକି ବନ୍ଦ ହେଲା? “ପିଠା” ଯୋଜନା ଏବଂ ବହୁଚର୍ଚ୍ଚିତ “ଆମ ଗାଁ, ଆମ ବିକାଶ” ଯୋଜନା କୁଆଡେ ଗଲା?

୧୩. ଲକ୍ଷ ଲକ୍ଷ ସଂଖ୍ୟାରେ ଚାକିରୀ ଖୋଜିବା ପାଇଁ ଓଡିଶାର ଯୁବକମାନେ କାହିଁକି ଅନ୍ୟ ରାଜ୍ୟକୁ ଯାଉଛନ୍ତି ?

୧୪. ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି; ମୁଖ୍ୟମନ୍ତ୍ରୀ ନୀରବ କାହିଁକି ?

୧୫. ୨୦୧୭ ଠାରୁ ପଲ୍ଲୀସଭା ଓ ଗ୍ରାମ ପରିଷଦ କାହିଁକି ବନ୍ଦ ହୋଇଗଲା?

୧୬. ଆଜି କାହିଁକି ଓଡିଶାରେ ଶିଶୁଟି ୨୬୨୨୨ଟଙ୍କାର ଋଣ ବୋଝ ନେଇ ଜନ୍ମ ହେଉଛି?

୧୭. ସଂରକ୍ଷଣ ନାମରେ ଓଡିଶାର ପଛୁଆବର୍ଗଙ୍କ ଭାବନା ସହ ରାଜ୍ୟ ସରକାର କାହିଁକି ଖେଳ ଖେଳୁଛନ୍ତି ?

୧୮. ଶକ୍ତିଶାଳୀ ପଂଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ ଓଡିଶାର ସମୃଦ୍ଧି ତଥା ସାମଗ୍ରିକ ଉନ୍ନତି ପାଇଁ ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ସମସ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଆହ୍ୱାନ

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌)ତା.୨୮/୦୧: ଦୀର୍ଘ ୨୨ ବର୍ଷ ଧରି ବିଜେଡି ଶାଷିତ ରାଜ୍ୟକୁ ଓଡିଶାବାସୀ ଦେଖିଛନ୍ତି ଏବଂ ଏଭଳି କୁଶାସନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଓଡିଶାବାସୀ । ରାଜ୍ୟରେ ନବୀନ ସରକାର ବିଭିନ୍ନ ଜନମଙ୍ଗଳ ଯୋଜନାରୁ ରାଜ୍ୟବାସୀଙ୍କୁ ବଂଚିତ ରଖିଛନ୍ତି । କେନ୍ଦ୍ରରେ ମୋଦି ସରକାର ଗରିବଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଇଛନ୍ତି । ରାଜ୍ୟରେ ଯେଉଁ ବିକାଶ ହୋଇଛି, ତାହା କେନ୍ଦ୍ର ସରକାରଙ୍କ କାରଣରୁ ସମ୍ଭବ ହୋଇଛି । ଓଡିଶାବାସୀ ପରିବର୍ତନ ଚାହୁଁଛନ୍ତି । ଲୋକେ ଭଳ ଭାବେ ଜାଣିସାରିଲେଣି କେଉଁ ଦଳ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛି । ଏ ସମସ୍ତ ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟୀ ଲୋକଙ୍କ ପାଖକୁ ଯିବ । ରାଜ୍ୟବାସୀ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସଠିକ୍‌ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ ଅନୁରୋଧ କରିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ “ଲୋକଙ୍କ ଅଭିଯୋଗ – ଅପାରଗ ରାଜ୍ୟ ସରକାର” ଅଭିଯୋଗ ପତ୍ରକୁ ରିଲିଜ୍‌ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଅଭିଯୋଗର ପ୍ରଶ୍ନ କରି ରାଜ୍ୟ ସରକାରଙ୍କଠାରୁ ଜବାବ୍‌ ମାଗିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଗଣାରେ ମିଳୁଥିବା ବାସଗୃହ ପାଇଁ ଗରୀବ ହିତାଧିକାରୀ ୨୦୦୦୦ ଟଙ୍କା ଏବଂ ଶୌଚାଳୟ ପାଇଁ ୨୦୦୦ଟଙ୍କା କାହିଁକି ଦେବେ? କାହିଁକି ଓଡିଆର ୧୪ପ୍ରତିଶତ ପଲିଥିନ ତଳେ ରହିଛନ୍ତି? ପଶ୍ଚିମ ଓଡିଶାର ୬ଟି ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ କାହିଁକି ପାଇଲା ନାହିଁ ? ବନ୍ୟା, ଘୂର୍ଣ୍ଣିବଳୟ, ମରୁଡି, ପ୍ରଧାନମନ୍ତ୍ରୀଙ୍କ ଗୃହ ଯୋଜନା, ଶୌଚାଳୟ – ଆପଣ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଦଳୀୟ ଭିତିରେ କାହିଁକି ବଂଟନ କରୁଛନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ଯଦିଓ ୨୦୨୧ ମସିହାରେ ପଶ୍ଚିମ ଓଡିଶାରେ ପ୍ରବଳ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା, ତଥାପି କୃଷକ ମାନଙ୍କୁ କାହିଁକି ଭତା ଦିଆଯାଉନାହିଁ?୩୭ ପ୍ରତିଶତ ଜମିକୁ ଜଳସେଚନ କରିବାକୁ ସରକାର ପ୍ରତିଶୃତି ଦେଇଛନ୍ତି, କିନ୍ତୁ ୨୨ବର୍ଷର ଶାସନ ପରେ ସରକାର କାହିଁକି ୨୨ପ୍ରତିଶତ ଜମି ଜଳସେଚନ କରିବାରେ ବିଫଳ ହୋଇଛନ୍ତି?ଆଳୁ ଏବଂ ପିଆଜ ମିଶନ କାହିଁକି ଓଡିଶାରେ ବିଫଳ ହେଲା? ଆମକୁ ଆଳୁ ପାଇଁ ପଶ୍ଚିମବଙ୍ଗ, ପିଆଜ ପାଇଁ ମହାରାଷ୍ଟ୍ର ଏବଂ ମାଛ ପାଇଁ ଆନ୍ଧ୍ରପ୍ରଦେଶ ଉପରେ କେତେ ଦିନ ନିର୍ଭର କରିବାକୁ ପଡିବ?ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଖୋଲିବା ଯୋଜନାରେ କଣ ହେଲା? ଚାଷୀଙ୍କୁ କେନ୍ଦ୍ର ସରକାର ୧୦ଟା ପିଏମ କିସ୍ତି ଦେଇସାରିଥିବାବେଳେ ରାଜ୍ୟ ସରକାର କେତୋଟି କାଳିଆ କିସ୍ତି ଦେଇଛନ୍ତି ? କୃଷି ଏବଂ କୃଷକ ମାନଙ୍କର ଉନ୍ନତି ପାଇଁ ମୋଦୀ ସରକାର ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ଓଡିଶାର କୃଷକଙ୍କ ଆୟ କାହିଁକି ସର୍ବନିମ୍ନ ?ମୋଦୀ ସରକାର ମାଗଣା ଚାଉଳ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀମାନେ କାହିଁକି ଚାଉଳ ନ ପାଇ ଅନାହାରରେ ମରୁଛନ୍ତି ବୋଲି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ମୋଦୀ ସରକାର ଓଡିଶାକୁ ଆର୍ଥିକ ସହାୟତା ଭାବରେ ହଜାର ହଜାର କୋଟି ଟଙ୍କା ଯୋଗାଉଛନ୍ତି, ତେବେ ୩୦ପ୍ରତିଶତ ଓଡିଆ କାହିଁକି ଗରିବ?କାହିଁକି ଓଡିଶାର ଏକ ତୃତୀୟାଂଶ ମହିଳା ରକ୍ତହୀନତାର ଶିକାର ହୁଅନ୍ତି? ପୁଷ୍ଟିହୀନତା ହେତୁ ମୃତ୍ୟୁ ସଂଖ୍ୟାରେ ଓଡିଶା ଦେଶର ତଳୁ, ସପ୍ତମ ସ୍ଥାନ ଅଧିକାର କରିଛି କାହିଁକି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରାୟ ପ୍ରତ୍ୟେକ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନାହିଁ? ବିଜୁ ସ୍ୱାସ୍ଥ୍ୟ କାର୍ଡରେ କାହିଁକି ଏହା ସ୍ପଷ୍ଟ ହୋଇନାହିଁ ଯେ,୫ ଲକ୍ଷ ଟଙ୍କା ଆବଂଟନ କେବଳ ୫ ଜଣ ପରିବାର ସଦସ୍ୟଙ୍କ ପାଇଁ କିମ୍ବା ପାଂଚ ଲକ୍ଷ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ? ରାଜ୍ୟ ସରକାର ଅନୁମୋଦିତ ଡାକ୍ତରଖାନା ଗୁଡିକ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ଅଧୀନରେ ରୋଗୀମାନଙ୍କୁ ଚିକିତ୍ସା ନକରି କାହିଁକି ଫେରସ୍ତ କରନ୍ତି?କାହିଁକି ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି କିମ୍ବା ସରକାରଙ୍କ ଦ୍ୱାରା ପ୍ରତିଶୃତି କରାଯାଇଥିବା ସମସ୍ତ ଔଷଧ ଏବଂ ଚିକିତ୍ସା ଉପଲବ୍ଧ ନାହିଁ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ସରକାରୀ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଶିକ୍ଷକ କାହିଁକି ଉପଲବ୍ଧ ନାହିଁ ବୋଲି ମଧ୍ୟ ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।

ବିଜୁ ଯୁବ ବାହିନୀ କାହିଁକି ବନ୍ଦ ହେଲା? “ପିଠା” ଯୋଜନା ଏବଂ ବହୁଚର୍ଚ୍ଚିତ “ଆମ ଗାଁ, ଆମ ବିକାଶ” ଯୋଜନା କୁଆଡେ ଗଲା? ମନରେଗା ଯୋଜନାରେ ଯେତିକି ଶ୍ରମିକ କାର୍ଯ୍ୟ କରୁଛନ୍ତି, ତାଠାରୁ ଯଥେଷ୍ଟ ଅଧିକ ଶ୍ରମିକ କାମ କରୁଥିବା ଦର୍ଶାଇ ଜାଲ୍‌ ଓ ମିଥ୍ୟା ବିଲ୍‌ କରି ଟଙ୍କା ନେଉଛି କିଏ ? ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ବହୁତ ପଛରେ ରହିଯାଇଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଚାକିରୀ ଖୋଜିବା ପାଇଁ ଓଡିଶାର ଯୁବକମାନେ କାହିଁକି ଅନ୍ୟ ରାଜ୍ୟକୁ ଯାଉଛନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ବିଜେଡି ଶାସନରେ ମହିଳା ମାନେ ବିପଦରେ ଅଛନ୍ତି; ମୁଖ୍ୟମନ୍ତ୍ରୀ ନୀରବରେ! ବିଭିନ୍ନ ଅପରାଧରେ କାହିଁକି ଚାର୍ଜସିଟ କେବଳ ୩୫ ପ୍ରତିଶତ ମାମଲାରେ ଫାଇଲ୍‌ କରାଯାଇଛି ଏବଂ ସେଥିରୁ କେବଳ ୬ ପ୍ରତିଶତ ଦୋଷୀ ସାବ୍ୟସ୍ତ ହେଉଛନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ସମ୍ବିଧାନରେ ସଂଶୋଧନ କରିଛନ୍ତି ଏବଂ ୧୯ଟି ବିଭାଗ ଓ ୨୯ଟି ଆର୍ଟିକାଲରେ ପଂଚାୟତକୁ କ୍ଷମତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପଂଚାୟତକୁ କାହିଁକି ଏହି ସବୁ କ୍ଷମତା ଦିଆଯାଉନାହିଁ?୨୦୧୭ ଠାରୁ ପଲ୍ଲୀସଭା ଓ ଗ୍ରାମ ପରିଷଦ କାହିଁକି ବନ୍ଦ ହୋଇଗଲା? ଗ୍ରାମ ପରିଷଦର ଅନୁମୋଦନ ବିନା କର୍ତୁପକ୍ଷ କାହିଁକି ମନଇଚ୍ଛା ଶାସନ କରୁଛନ୍ତି?ଯଦିଓ “ପଂଚାୟତ ସମିତି” ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଠିତ ହୋଇଛି, କାହିଁକି ବିଡିଓଙ୍କର “ଅଧିକାରୀ ରାଜ” ଏହାକୁ ନିୟନ୍ତ୍ରଣ କରୁଛନ୍ତି?ଏହା ଜିଲ୍ଲା ପରିଷଦର ସ୍ୱାଧୀନତାକୁ ଖର୍ଚ୍ଚ କରି ଜିଲ୍ଲାପାଳଙ୍କର ଏକ ଅଧ୍ୟସ୍ତନ କମିଟି ଭାବରେ କାହିଁକି କାର୍ଯ୍ୟ କରୁଛି? ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ରାଜ୍ୟ ମନ୍ତ୍ରୀ ପଦ ପ୍ରଦାନ କରିବାର ପ୍ରତିଶୃତି କୁଆଡେ ଗଲା? କ୍ଷମତା ବିକେନ୍ଦ୍ରୀକରଣ ପାଇଁ ପଂଚାୟତରାଜ ବ୍ୟବସ୍ଥା କାର୍ଯ୍ୟ କରୁଥିଲେ ମଧ୍ୟଦଳୀୟ ସ୍ୱାର୍ଥ ପାଇଁ ସବୁ କ୍ଷମତା ମୃଷ୍ଟିମେୟ ଅଧିକାରୀଙ୍କ ଦ୍ୱାରା ଅଗଣତାନ୍ତ୍ରିକ ଭାବେ କାହିଁକି ନିୟନ୍ତ୍ରିତ ହେଉଛି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ୧୫ବର୍ଷ ପାଇଁ ନବୀନ ବାବୁ ପଂଚାୟତକୁ କେତେ ଟଙ୍କା ଦେଇଥିଲେ? ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ବିଜେପି ସରକାର ପ୍ରତି ବର୍ଷ ପଂଚାୟତକୁ କେତେ ଟଙ୍କା ଦିଆଯାଉଛି? ଯଦିଓ କେନ୍ଦ୍ରରୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ପଂଚାୟତ ମାନେ ନିଜ ଆବଶ୍ୟକତା ଅନୁସାରେ କାହିଁକି ଖର୍ଚ୍ଚ କରି ପାରୁନାହାଁନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

୨୦୨୧ ସୁଦ୍ଧା ରାଜ୍ୟର ଋଣ ଭାର ୧.୨୫ଲକ୍ଷ କୋଟି ଟଙ୍କାକୁ ପହଂଚିଲାଣି । ଆଜି କାହିଁକି ଓଡିଶାରେ ଶିଶୁଟି ୨୬୨୨୨ଟଙ୍କାର ଋଣ ବୋଝ ନେଇ ଜନ୍ମ ହେଉଛି? ଏହା କଣ ରାଜ୍ୟରେ ଶାସକ ବିଜେଡିର ଉପଲବ୍ଧତା ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

କେବଳ ନିର୍ବାଚନ ନୁହେଁ, ବରଂ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କ ପ୍ରତି ରାଜ୍ୟ ସରକାର ଅବହେଳା ପ୍ରଦର୍ଶନ କରିଛନ୍ତି । ସଂରକ୍ଷଣ ନାମରେ ଓଡିଶାର ପଛୁଆବର୍ଗଙ୍କ ଭାବନା ସହ ରାଜ୍ୟ ସରକାର କାହିଁକି ଖେଳ ଖେଳୁଛନ୍ତି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି ।

ବର୍ତମାନ ଆପଣମାନେ ବିଚାର କରନ୍ତୁ । ସାଢେଚାରି କୋଟି ଓଡିଆଙ୍କ ଏହି ପ୍ରଶ୍ନ ଗୁଡିକ ରାଜ୍ୟ ସରକାରଙ୍କ ପ୍ରକୃତ ଚେହେରାକୁ ଦର୍ଶାଉଛି । ଏପରି ଏକ ଦୁର୍ନୀତିଗ୍ରସ୍ତ ଏବଂ ଅଯୋଗ୍ୟ ସରକାରକୁ ଉତର ଦେବାକୁ ଆହ୍ୱାନ ଦେବା ସହ ଏକାଠି ହୋଇ ଶକ୍ତିଶାଳୀ ପଂଚାୟତ ରାଜ ବ୍ୟବସ୍ଥା ମାଧ୍ୟମରେ ଓଡିଶାର ସମୃଦ୍ଧି ତଥା ସାମଗ୍ରିକ ଉନ୍ନତି ପାଇଁ ପଦ୍ମ ଚିହ୍ନରେ ଭୋଟ୍‌ ଦେଇ ସମସ୍ତ ଭାରତୀୟ ଜନତା ପାର୍ଟି (ବିଜେପି) ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।