ସାରା ଓଡ଼ିଶାରେ ଦୁଇ ଦିନ ପେଟ୍ରୋଲ ପମ୍ପ ବନ୍ଦ ରହିବ ୨୭ ଓ ୨୮ ତାରିଖ ସନ୍ଧ୍ଯା ୬ରୁ ସକାଳ ୬

ଓଡ଼ିଶାରେ ପେଟ୍ରୋଲ ପମ୍ପ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସଂଘ ଏକ ପ୍ରେସ ରିଲିଜ ଜରିଆରେ ….

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ସାରା ଓଡ଼ିଶାରେ ୧୨ ଘଣ୍ଟିଆ ପେଟ୍ରୋଲ ପମ୍ପ ବନ୍ଦ ପାଳନ ହେବ ବୋଲି ସଂଘ ଏକ ପ୍ରେସ ରିଲିଜ ଜରିଆରେ କହିଛି । ଏହି ସମୟରେ ପେଟ୍ରୋଲ ପମ୍ପ ମାନେ ତେଲ ମଧ୍ୟ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ। ୨୭ ଓ ୨୮ ତାରିଖରେ ସନ୍ଧ୍ଯା ୬ରୁ ସକାଳ ୬ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏହି ବନ୍ଦକୁ ଇଣ୍ଡିଆନ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି।

ଡିଲର କମିଶନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ମାଲିକ ରହିଥିବାବେଳେ ,ରହିଛନ୍ତି । ଏହାଦ୍ୱାରା କ୍ଷତି ସହିବାକୁ ପଡୁଛି ବୋଲି ରାଜ୍ୟ ପେଟ୍ରେଲିୟମ ସଂଘର ସଭାପତି ଶଙ୍କର ସାହୁ କହିଛନ୍ତି । ସୂଚନା ଅନୁଯାଇ ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର।

ସୂଚନା ଯୋଗ୍ୟ, ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ସାରା ଦେଶରେ ଡିଲର କମିଶନକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ତେଲ କମ୍ପାନୀ । ତେବେ ସଂଘ ତେଲ ଦର କମ୍ ହେବାକୁ ନେଇ ସ୍ୱାଗତ କରିଛି। ଏହା ଦ୍ୱାରା ଦର ଦାମ କମିବ ବୋଲି କହିଛି । ହେଲେ ସରକାର ଏପରି ନିଷ୍ପତ୍ତି ନେବା ବେଳେ ତାଙ୍କମାନଙ୍କ ସହ ଆଲୋଚନା ନକରିବା କିମ୍ବା ପେଟ୍ରୋଲ ପମ୍ପ ମାଲିକଙ୍କ କ୍ଷତି ଉପରେ ଧ୍ୟାନ ଦେବାର ଥିଲା ବୋଲି କହିଛନ୍ତି ଓଡ଼ିଶା ପେଟ୍ରୋଲିୟମ ସଂଘର ସଭାପତି।