ଆଜିଠୁ ଆରମ୍ଭ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଏସ୍ ନ୍ଯୁଜ): ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମ ଲେଖା ପାଇଁ କରୋନା ମହାମାରୀ ସମୟରେ ହେଉଥିବା ଏହି ପରୀକ୍ଷାରେ କରୋନା ସଂକ୍ରମିତ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରିବେ। ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ଥର ପାଇଁ ଆଜିଠୂ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଏହା ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ୩ ସିଫ୍ଟରେ ପରୀକ୍ଷା ହେବ । କରୋନା କଟକଣା ଅନୁଯାୟୀ ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କରୋନା ପଜିଟିଭ୍ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନିମନ୍ତେ ଅନୁମତି ମିଳିଥିବା ବେଳେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍‌ ବ୍ୟବସ୍ଥା କରାଯାଇଛି ।

ଏଥର ୮୩ଟି ଷ୍ଟ୍ରିମ୍‌ରେ ନାମଲେଖା ହେଉଛି । ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅର୍ କୁ ନେଇ ସିଲେକ୍ସନ କରାଯିବ । ଏହାପରେ ନଭେମ୍ବର ୭ ତାରିଖରେ ପ୍ରକାଶ ପାଇବ ମେରିଟ ଲିଷ୍ଟ । ଚଳିତ ବର୍ଷ ୬୨,୨୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୧୪ ହଜାର ୭୦୦ ପିଜି ସିଟ୍ ରହିଛି ।ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାଶ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।