ରାଜ୍ୟ ସ୍ଥାପନ ଦିବସ ଅବସରରେ ମଣିପୁରବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ମଣିପୁର ଭାରତର ସମୃଦ୍ଧି ପଥକୁ ଆହୁରି ମଜବୁତ କରୁ ବୋଲି କାମନା କରୁଛି….

ଭୁବନେଶ୍ୱର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସ୍ଥାପନ ଦିବସ ଅବସରରେ ମଣିପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ମଣିପୁରବାସୀଙ୍କୁ ରାଜ୍ୟ ସ୍ଥାପନ ଦିବସର ଶୁଭକାମନା । ବିଗତ କିଛି ବର୍ଷ ଧରି ରାଜ୍ୟ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ ହେଉଛି । ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ ହେବା ସହିତ ମଣିପୁର ଭାରତର ସମୃଦ୍ଧି ପଥକୁ ଆହୁରି ମଜବୁତ କରୁ ବୋଲି କାମନା କରୁଛି ।”