ସ୍ଥାପନା ଦିବସ ଅବସରରେ ଏନଡିଆରଏଫକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସେମାନଙ୍କ ସାହସିକତା ପ୍ରଶଂସନୀୟ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)କୁ ଏହାର ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“@NDRFHQକୁ ସ୍ଥାପନା ଦିବସର ଶୁଭେଚ୍ଛା । ଅତ୍ୟନ୍ତ ଆହ୍ୱାନମୂଳକ ପରିସ୍ଥିତିରେ ସେମାନେ ଲୋକଙ୍କୁ ସହାୟତା କରିବାକୁ ଉଲ୍ଲେଖନୀୟ ଉଦ୍ୟମ କରୁଛନ୍ତି । ସେମାନଙ୍କ ସାହସିକତା ପ୍ରଶଂସନୀୟ । ଭାରତ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ସହିତ ବିପର୍ଯ୍ୟୟ ପ୍ରବନ୍ଧନ ତନ୍ତ୍ରକୁ ସୁଦୃଢ କରିବା ପାଇଁ ବହୁବିଧ ଉଦ୍ୟମ ଜାରି ରଖିଛି ।”