ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ, ମହିଳାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ଆହତ ମହିଳା ଜଣକ ପୁରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୌଣସି କାରଣକୁ ନେଇ ପୁଲିସ ମହିଳାଙ୍କୁ ଘଣ୍ଟିଦ୍ୱାର ନିକଟରେ ମାଡ଼ ମାରିଥିବା ଜଣାପଡ଼ିଛି । ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।  ସେପଟେ ଘଟଣାକୁ ନେଇ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହିଳାଙ୍କୁ ମାଡ଼ ମାରିଥିବା ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଏନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି ।