ଦାରିଙ୍ଗବାଡ଼ିରେ ପାରଦ ୧୩.୫୦

ଭୁବନେଶ୍ବର: ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୧୩.୫ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ କୋରାପୁଟ ଓ ଫୁଲବାଣୀରେ ୧୫ ଡିଗ୍ରୀ ଲେଖାଏଁ ରହିଛି। ଭବାନୀପାଟଣା ୧୬.୨ଡିଗ୍ରୀ, ସୁବର୍ଣ୍ଣପୁର ୧୫.୪ଡିଗ୍ରୀ ଏବଂ ବୌଦ୍ଧରେ ୧୬ ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିବ।