ଶରଧାବାଲିରେ ମଲେ ବୈକୁଣ୍ଠରେ ସ୍ଥାନ ମିଳେ!

ପୁରୀ: ମହାବାହୁଙ୍କ ମହାବାହୁଡ଼ା ପୂର୍ବଦିନ ସନ୍ଧ୍ୟା ଦର୍ଶନ ସମୟରେ ଜଣେ ଭକ୍ତ ମହାଯାତ୍ରା କରିଛନ୍ତି । ପ୍ରବଳ ଭିଡ଼ କାରଣରୁ ପୁରୀ ଜିଲ୍ଲାର କାକଟପୁର ଅଂଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଖୁଂଟିଆ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତିଙ୍କ ଦର୍ଶନ କରି ଫେରୁଥିଲେ । ପ୍ରବଳ ଭିଡ଼ରେ ଅଶ୍ୱସ୍ତିବୋଧ କରି ସେ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ମୃତକ ଖୁଂଟିଆ ମଙ୍ଗଳବାର ଦିନ ୧୧ଟାରେ ସପରିବାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ । ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏଭଳି ଘଟଣା ଘଟିଥିବାର ନଜିର ନାହିଁ । ମହାପ୍ରଭୁ ଯାହାକୁ ଅତି ଭଲ ପାଆନ୍ତି, ତାଙ୍କୁ ଶ୍ରଦ୍ଧାର ସହିତ ସାଙ୍ଗରେ ନେଇଯାଆନ୍ତି ବୋଲି ଲୋକମାନେ କଥା ହେଉଛନ୍ତି। ପଣ୍ଡିତମାନେ କହିଛନ୍ତି, ରଥଯାତ୍ରାଠାରୁ ବାହୁଡ଼ା ଭିତରେ ଯୋଉମାନେ ମରିଥାନ୍ତି ସେମାନଙ୍କୁ ବୈକୁଣ୍ଠପୁରରେ ସ୍ଥାନ ମିଳିଥାଏ।