ନନ୍ଦନକାନନ ସଫାରୀରୁ ବାହାରିଗଲା ମହାବଳ ବାଘ ରାଜେଶ

ବାରଂଗ(ଏସ୍‌ ନ୍ୟୁଜ): ନନ୍ଦନକାନନ ବାଘ ସଫାରୀରୁ ବାହାରିଗଲା ମହାବଳ ବାଘ ରାଜେଶ । କର୍ମଚାରୀଙ୍କ ଉଦ୍ୟମ ଯୋଗୁ, ପୁଣି ସଫାରୀକୁ ଫେରିଲା ମହାବଳ ରାଜେଶ। ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା ନାମକ ଦୁଇଟି ମହାବଳ ବାଘକୁ ସଫାରୀ ମଧ୍ୟକୁ ଛଡା ଯାଇଥିଲା । କିଛି ସମୟ ମଧ୍ୟରେ ରାଜେଶ ନାମକ ଅଣ୍ଡିରା ମହାବଳ ବାଘ ସଫାରୀ ପାଚେରୀ ଡେଇଁ, କର୍ମଚାରୀ ଯାତାୟତ ପାଇଁ ରହିଥିବା ଏକ ରାସ୍ତାକୁ ଚାଲି ଆସିଥିଲା । ସେହି ସମୟରେ ସେଠାରେ କେହି କର୍ମଚାରୀ ନଥିବା କାରଣରୁ ବାଘ କାହାର କ୍ଷତି କରି ନଥିଲା । ଖବର ପାଇ ନନ୍ଦନକାନନ କର୍ମଚାରୀ ହୋ ହାଲ୍ଲା କରିବାରୁ ମହାବଳ ରାଜେଶ ପୁଣି ସଫାରୀ ମଧ୍ୟମକୁ ଡେଇଁ ଫେରି ଯାଇଥିଲା । ତେବେ କର୍ତ୍ତୃପକ୍ଷଙ୍କ ତରଫରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ ।