ରମାରଂଜନ ବଳିୟାରସିଂହ, ଉର୍ମିଳା ମହାପାତ୍ର ଏବଂ ରାଜେନ୍ଦ୍ର ପଣ୍ଡା ହେଲେ ରାଜ୍ୟ ମୁଖପାତ୍ର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ।
ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ, ଭୂବନେଶ୍ୱର ମହାନଗର ନିଗମର ପୂର୍ବତନ ଉପାଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ମହାପାତ୍ର ଏବଂ ଯୁବନେତା ରାଜେନ୍ଦ୍ର ପଣ୍ଡାଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ।