ସମ୍ୱଲପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମ୍ୱଲପୁର: ସମ୍ୱଲପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ବୁଧବାର ରାତିରେ କଟକ ଯାଉଥିବା ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଝାରସୁଗୁଡା ପଟୁ ସମ୍ବଲପୁର ସିଟି ଷ୍ଟେସନ ଅଭିମୁଖେ ଯାଉଥିବା ବେଳେ ସରଲା ୟାର୍ଡରେ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହେଇଥିବା କାରଣରୁ ରେଳ ଯାତାୟତରେ ସାମୟିକ ପରିବର୍ତ୍ତନ ହୋଇଛି ।ଦୁର୍ଘଟଣା କାରଣରୁ ଆଜି ଦୁଇଟି ଟ୍ରେନ ବାତିଲ କରାଯାଇଛି । ୪ ଟି ଟ୍ରେନର ଦିଗରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ବାତିଲ ହୋଇଥିବା ଟ୍ରେନଗୁଡିକ ହେଉଛି ( 08171 / 08172 ) ଝାରସୁଗୁଡା – ସମ୍ବଲପୁର ପାସେଞ୍ଜର ଓ ( 22839 / 22840 ) ରାଉରକେଲା – ଭୁବନେଶ୍ୱର – ରାଉରକେଲା ସୁପରଫାଷ୍ଟ ଇଷ୍ଟରସିଟି ଏକ୍ସପ୍ରେସ ।