ରାଜ୍ୟ ଶିକ୍ଷା ବ୍ୟବସ୍ଥାର ତ୍ରୁଟି ମାନିଲେ ସମୀର

ରାଜ୍ୟର ମେଧାଶକ୍ତିର ବିକାଶ ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି….

ଭୁବନେଶ୍ୱର: ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଅଯୋଗ୍ୟ ବୋଲି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସିବିଏସ୍‌ଇ ଫର୍ମୁଲାର ପାଠ ପଢ଼ାଇବାର ଆଶା ପୋଷଣ କରିଥିବା ଶିକ୍ଷା ବିଭାଗ ନିକଟରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ରହିଛି । ପିଲାଙ୍କୁ ଦକ୍ଷତାର ସହ ଶିକ୍ଷାଦାନ କଲେ ସେମାନେ ନିଶ୍ଚିତ ଭାବେ ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ଦକ୍ଷତା ହାସଲ କରିବେ ।

ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ ନକରି ଛାତ୍ରଛାତ୍ରୀଙ୍କୁ ସିବିଏସ୍‌ଇ ଫର୍ମୁଲାରେ ପକାଇବ ରାଜ୍ୟ ଶିକ୍ଷା ବିଭାଗର ଅକ୍ଷମଣୀୟ ଅପରାଧ । ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଜବାବରେ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି, ହାଇସ୍କୁଲ ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ଦୁର୍ବଳ ରହୁଛନ୍ତି । ରାଜ୍ୟର ମେଧାଶକ୍ତିର ବିକାଶ ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି ।

ସରକାରଙ୍କ ଏକ୍ସଟ୍ରା କ୍ଲାସ, ୟୁନିଟ୍‌ ଟେଷ୍ଟ, ପିଲାଙ୍କ ପାଠପଢ଼ା ଉପରେ ନଜର ରଖିବା ପ୍ରକ୍ରିୟାଟା ଟିକେ ଖାପଛଡ଼ା ଲାଗୁଛି । ୧୦୦ ୱାଟ୍‌ କ୍ଷମତା ସଂପନ୍ନ ବଲ୍‌ବ ନିକଟରୁ ୧୦୦୦ ୱାଟ୍‌ କ୍ଷମତାର ଆଲୁଅ ବାହାରିବ କି? ରାଜ୍ୟର ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମାର୍କସିଟ୍‌ ଉପରେ ନଜର ପକାନ୍ତୁ । ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ମାତ୍ର ୫୫% ନମ୍ବର ରଖିଛନ୍ତି । ସେମାନଙ୍କ ଛାତ୍ରଛାତ୍ରୀଙ୍କ ନିକଟରୁ ୮୦-୯୦% ମାର୍କ ଆଶା କରିବା ରାଜ୍ୟ ସରକାରଙ୍କ ଚତୁରତାର ପରିଚୟ ନୁହେଁ କି?