ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍

ଭୁବନେଶ୍ୱର(ଏସ୍ ନ୍ଯୁଜ): ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ କୋର୍ଟ ନୋଟିସ୍ କରିଛନ୍ତି। ପାରିବାରିକ ହିଂସା ମାମଲାରେ କଟକ SDJM କୋର୍ଟଙ୍କ ପକ୍ଷରୁ ଏହି ନୋଟିସ୍ କରାଯାଇଛି।

ତେବେ ପାରିବାରିକ ହିଂସା ନେଇ କୋର୍ଟରେ ମାମଲା କରିଥିଲେ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ମାସ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ସେପଟେ ପୂର୍ବରୁ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ମାମଲା କରିଛନ୍ତି ସାଂସଦ ଅନୁଭବ । ଏହି ମାମଲାରେ ହାଜର ହେବା ପାଇଁ ବର୍ଷାଙ୍କୁ ଦିଲ୍ଲୀ ଫାମିଲି କୋର୍ଟ ମଧ୍ୟ ସମନ ଜାରି କରିଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ହୋଇଛି।