ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା

ଆଠଗଡ଼,(ଏସ୍‌ ନ୍ୟୁଜ୍‌): ଆଠଗଡ଼ ଶୈବପୀଠରେ ୧୪୪ ଧାରା । କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏହା ସୋମବାର ଭୋର ୪ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ରାଜ୍ୟ ସରକାର ପର୍ବ ପର୍ବଣୀ ଉପରେ ଏହି କୋହଳ କଟକଣା ଜାରି କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ହବିଶ୍ୟାଳୀ ଓ ଭକ୍ତଙ୍କୁ ଧବେଳଶ୍ୱର ପୀଠକୁ ନଆସିବାକୁ କୁହାଯାଇଛି । ଏହି କଟକଣା ଭୋର ୪ଟାରୁ ରାତି ୧୦ ଯାଏଁ ୧୪୪ ଧାରା ଜାରି ରହିବ । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।