ଶ୍ଵେତା ଆତ୍ମହତ୍ୟା ଘଟଣା: ଶ୍ୱେତା ମୃତ୍ୟୁ ପୂର୍ବରୁ ସୌମ୍ୟଙ୍କୁ କରିଥିଲେ ଶେଷ କଲ୍‌

ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଆତ୍ମହତ୍ୟା ଘଟଣାରେ …

ଭୁବନେଶ୍ୱର : ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଆତ୍ମହତ୍ୟା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ପୋଲିସ ହାତରେ ଲାଗିଛି ସିଡିଆର୍‌ ରିପୋର୍ଟ । ଶ୍ୱେତା ମୃତ୍ୟୁ ପୂର୍ବରୁ ୧୫ ଥର କଲ୍‌ କରିଥିଲେ । ଆଉ ଶେଷ କଲ୍‌ ସୌମ୍ୟଜିତଙ୍କୁ କରିଥିଲେ ଶ୍ୱେତା । ଖବର ଅନୁଯାୟୀ, ସପ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ସିଡିଆର୍‌ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ, ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ୧୫ ଥର କଲ୍‌ କରିଥିଲେ ଶ୍ୱେତା । ରାତି ୧ଟା ୩୦ରେ ଶେଷ କଲ୍‌ ସୌମ୍ୟଙ୍କୁ କରିଥିଲେ ଶ୍ୱେତା । କିନ୍ତୁ ସୌମ୍ୟଜିତ୍‌ କଲ୍‌ ରିସିଭ୍‌ କରିନଥିଲେ । ଖୁବଶୀଘ୍ର ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରକୁ ପଚରାଉଚରା କରିବ ଚନ୍ଦ୍ରଶେଖରପୁର ପୋଲିସ ।

ସେହିପରି ଅନ୍ୟପଟେ ଶ୍ୱେତାଙ୍କ ମୃତ୍ୟୁ ପରଠାରୁ ସୌମ୍ୟଜିତଙ୍କ ବିଷୟ କିଛି ସଠିକ୍‌ ସୂଚନା ମିଳିନାହିଁ । ହୁଏତ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଏସବୁ ଭିତରେ ଏକ ସିସିଟିଭି ଫୁଟେଜ୍‌ ଭାଇରାଲ ହେଉଛି । ତେବେ ଏହା କେତେ ଦୂର ସତ । ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।