ଏଯାଏଁ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହେଇନି; ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟରେ ସ୍କୁଲ ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ନିଷ୍ପତ୍ତି ନିଆଯାଇନାହିଁ । ପୂଜା ସାରିବା ପରେ ସ୍କୁଲ ଖୋଲିବା ନେଇ ଆଲୋଚନା ହେବ । ସରକାର ବିଦ୍ୟାଳୟ ଖୋଲିବା ଉପରେ ଯେବେ ଯାହା ନିଷ୍ପତ୍ତି ନେବେ ଗଣମାଧ୍ୟମକୁ ଜଣାଇଦିଆଯିବ । ବିଦ୍ୟାଳୟ ଖୋଲିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ଏକାଦଶ ଶ୍ରେଣୀ ଖୋଲିବା ନେଇ ମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ୟ୍ୟାୟ ନାମଲେଖା ଶେଷ ହୋଇଛି। ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ।