+ ୨ ପରୀକ୍ଷା ବାତିଲ ପାଇଁ ଛାତ୍ର କ୍ରିୟାନୁଷ୍ଠାନର ବିକ୍ଷୋଭ ପ୍ରଦର୍ଶନ

ସଇନ୍ତଳା : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚଳିତ ବର୍ଷର ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ ଦାବି ନେଇ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

୨୦୨୦ରେ ନାମ ଲେଖିବା ପରଠାରୁ ଲକଡାଉନ ଯୋଗୁ ବର୍ତ୍ତମାନ ୨୦୨୨ ଯାଏଁ ମାତ୍ର ୪ ମାସ ଅନଲାଇନ କ୍ଲାସ ହୋଇଛି । ଏହା ମଧ୍ୟ ଠିକ ଭାବେ ହୋଇନଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ସମୟରେ ମଣିଷ ସାହୁ, ରବୀନ୍ଦ୍ର ସାହୁ, ଛାତ୍ର କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଶେଖର ଦାସ, ଉପସଭାପତି ମଞ୍ଜିତ ସିଂ ବରିହା,ସମ୍ପାଦକ ପ୍ରଦୀପ ନାଗ, ଉପଦେଷ୍ଟା ତଥା ବିକାଶ ସେନା ସଭାପତି ଇଂ.ଅମ୍ଳାନ ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ ।