ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ

ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଟାୟାର ଜାଳି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଛାତ୍ରଚାତ୍ରୀ ରାସ୍ତା ଅବରୋଧ କରିଛନ୍ତି ।  ଉତ୍ତେଜନା ଦେଇଛନ୍ତି । ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟ ଧସ୍ତାଧସ୍ତି ଦେଖିବାକୁ ମିଳିଛି ।

କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅଫଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମାତ୍ର ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେବାକୁ ବିରୋଧ କରୁଛନ୍ତି ।

ତୁରନ୍ତ ଅପଲାଇନ ପରୀକ୍ଷାକୁ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି । ଏନେଇ ଛାତ୍ରଛାତ୍ରୀମାନେ ପୋଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।