ସୁକିନ୍ଦା ବିଧାୟକ କରୋନା ପଜେଟିଭ

ଯାଜପୁର (ଏସ ନ୍ୟୁଜ ): ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।ଏନେଇ ସୋସିଆଲ ମିଡିଆରେ ସେ ଜଣାଇଛନ୍ତି ।


ପଜେଟିଭ ଚିହ୍ନଟକୁ ନେଇ ବିଧାୟକ କହିଛନ୍ତି ଯେ, ମୋଠାରେ କରୋନାର କୌଣସି ଲକ୍ଷଣ ନାହିଁ । ତେବେ ସ୍ୱାବ ଟେଷ୍ଟରୁ ପଜେଟିଭ ଆସିଥିବାରୁ ମୁଁ ଡାକ୍ତରଙ୍କ ପରାମର୍ଶ କରି ଦୁଇମାସ ହୋମ ଆଇସୋଲସନରେ ରହିବି। ତେଣୁ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର କରୋନା ପରୀକ୍ଷା କରି ନିଅନ୍ତୁ।