ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୧ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକ ନିକଟରେ ବୁଧବାର ଅପରାହ୍ନରେ ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଟ୍ରକ୍‌ ଚାଳକଙ୍କୁ ଅଟକି ରଖି ପୁଲିସ ତଦନ୍ତ ଚଳାଇଛି।