ଭଦ୍ରକ ସହରରେ ଥିବା ସୁନୀତା ଫର୍ଣ୍ଣିଚର ସୋରୁମରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ

ଭଦ୍ରକ: ବିନା ଜିଏସଟି ବିଲରେ ଫର୍ଣ୍ଣିଚର ଜିନିଷ ବିକ୍ରି କରିବା ଓ ଆବଶ୍ୟକୀୟ ଜିଏସଟି ଠିକ୍ ସମୟରେ ପୈଠ ନ କରିବା ଆଦି ଅଭିଯୋଗରେ ଜିଏସଟି ବିଭାଗ ପକ୍ଷରୁ ଭଦ୍ରକ ସହରରେ ଥିବା ସୁନୀତା ଫର୍ଣ୍ଣିଚର ସୋରୁମରେ ଚଢ଼ାଉ କରାଯାଉଛି । ଆସିଷ୍ଟାଣ୍ଟ ଜିଏସଟି କମିଶନର ଜେପି ଲେଙ୍କାଙ୍କ ନେତୃତ୍ବରେ ୩ଟି ସ୍ଥାନରେ ବୁଧବାର ଅଚାନକ ଭାବେ ସୁନୀତା ଫର୍ଣ୍ଣିଚର ସୋରୁମ ଓ ଗୋ ଡାଉନ ଆଦି ଉପରେ ଚଢ଼ାଉ କରୁଛନ୍ତି । ଖବର ଲେଖାଯିବା ସୁଦ୍ଧା ସଠିକ ତଥ୍ୟ ମିଳିପାରିନଥିବା ବେଳେ ସବୁ ଜିନିଷ ଓ ବିଲ ଷ୍ଟକ ଓ ବିକ୍ରି ଭାଉଚର ତନଖି କଲା ପରେ ଏହି ସଂସ୍ଥା କେତେ ଟଙ୍କାର ଜିଏସଟି ଫାଙ୍କିଛନ୍ତି ଜଣାପଡିବ । ତେବେ ଭଦ୍ରକର କିଛି ସଚେତନ ନାଗରିକ ଏ ସମ୍ପର୍କରେ ଜିଏସଟି କମିଶନରଙ୍କ ପାଖରେ ଅଭିଯୋଗ କରିବା ପରେ ଏହା ଉପରେ ତଦନ୍ତ କରାଯାଉଥିବା ସହକାରୀ ଜିଏସଟି କମିଶନର ସୂଚନା ଦେଇଛନ୍ତି ।