ଆଜି ବିଜୟାଦଶମୀ

ଭୁବନେଶ୍ୱର (ଏସ ନ୍ୟୁଜ ): ଆଜି ବିଜୟାଦଶମୀ ବା ଦଶହରା ପୂଜା। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିନ। ପୂଜା ମଣ୍ଡପରେ ରୀତିନୀତି ରେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ଅର୍ଚ୍ଚନା କରାଯାଉଛି। କରୋନା କଟକଣା ମଧ୍ୟରେ ମାଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଘଣ୍ଟାଘଣ୍ଟା ଓ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। କଟକଣା ଯୋଗୁ ଭକ୍ତଙ୍କ ବିନା ପୂଜା ପାଉଛନ୍ତି ମା। ଏହି ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାକ୍ସୀ ନ୍ଯୁଜ ପରିବାର ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା।

ଆଜିର ପୂଜା ପରେ ଧରାପୃଷ୍ଠରୁ ବିଦାୟ ନେବେ ମା। ଏହାସହ ରାବଣପୋଡି ଓ ଭସାଣିକୁ ନେଇ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭସାଣିକୁ ନେଇ ପ୍ରଶାସନ ପକ୍ଷରୁ କଟକରେ ୧୪ ଟି ଓ ଭୁବନେଶ୍ୱର ରେ ୪ଟି କୁତ୍ରିମ ପୋଖରୀ କରାଯାଇଛି।

ଅନ୍ୟପଟେ ରାଜ୍ୟବାସୀଙ୍କୁ ବିଜୟା ଦଶମୀର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି ଯେ, ‘ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ମା ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ।’