ଶିକ୍ଷୟତ୍ରୀ ହତ୍ୟା ଘଟଣା: ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ

ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଆଜି ହାଇସ୍କୁଲ ଷ୍ଟାଡିୟମ୍ ଖୋଳାଯାଇଥିଲା । ବଲାଙ୍ଗୀର ଓ କଳାହାଣ୍ଡି ପୋଲିସ୍ ମିଳିତ ଭାବରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ମାଟି ତଳୁ ଏକ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଶବଟି ମମିତାଙ୍କର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ଚିହ୍ନଟ କରିବା ପାଇଁ ମମିତ୍ରାଙ୍କ ପରିବାର ଲୋକଙ୍କୁ ଡକାଯାଇଛି । ସେମାନେ ଚିହ୍ନଟ କରିବା ସହିତ ଡିଏନଏ ଟେଷ୍ଟ କରାଯିବ । ତା ପରେ ଯାଇ ଜଣାପଡ଼ିବ ଗଳିତ ଶବଟି ନିଖୋଜ ଶିକ୍ଷୟତ୍ରୀଙ୍କ ମୃତ ଦେହ କି ନୁହେଁ । ମୃତଦେହ ଟିକୁ ପୋଡିବା ପରେ ମାଟି ତଳେ ପୋତା ଯାଇଥିବା ନେଇ ବଲାଙ୍ଗୀର ପୋଲିସ୍ ସୂଚନା ଦେଇଛି । ତେବେ ଅନ୍ୟପଟେ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏନେଇ ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।