୧୫ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ଧିରେ ଧିରେ ଶୀତ ପ୍ରକୋପ ବଢ଼ିବାରେ ଲାଗିଲାଣି । ରାଜ୍ୟର ୬ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ଏହା ସହିତ ଫୁଲବାଣୀରେ ୧୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୬ ଡିଗ୍ରୀ, କେନ୍ଦୁଝରରେ ୧୪.୮ ଡିଗ୍ରୀ ଓ ସୋନପୁରରେ ୧୪.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହିତ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ଓ କଟକରେ ୧୮.୪ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି । ୨୪ ଘଣ୍ଟା ମଧ୍ୟରେ ଆହୁରୀ ୨ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି ।