ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ….

ଭୁବନେଶ୍ୱର: ବାତ୍ୟା ‘ଆସାନି’ ପରେ ପୁଣିଥରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ପୁଣିଥରେ ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି । ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ମୌସୁମୀ ସମ୍ପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସେହିପରି ଓଡ଼ିଶାରେ ଜୁନ୍ ୫ ତାରିଖ ସୁଦ୍ଧା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ଦେଶର ପ୍ରାୟ ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ଏଭଳି ସ୍ଥିତିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀର ଶୀଘ୍ର ଆଗମନ ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ ।ଅନ୍ୟପଟେ ଆଜି ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।