ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା- ଶତାଧିକ ଆହତ ୫୦ଜଣଙ୍କର ମୃତ ଆଶଙ୍କା

ଭୁବନେଶ୍ୱର – ଖଡଗପୁର ଡିଆର୍‌ଏମ୍‌ ସୂଚନା ଅନୁଯାଇ ବାଲେଶ୍ୱର ବାହାନଗାରେ ଦୁଇଟି ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଛି। କରମଣ୍ଡଳ ଏକ୍ସପ୍ରେସ ଏବଂ ବେଙ୍ଗଲୁରୁ-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସ ଧକ୍କା ହେବା ଫଳରେ ଅନେକ ବଗି ଓଲଟି ପଡିଛି । ଏଥିରେ ଶତାଧିକ ଯାତ୍ରୀ ଆହତ ସହ ଓ ୫୦ଜଣଙ୍କର ମୃତ ଆଶଙ୍କା ସୂଚନା ଦିଆଯାଇଛି । ଏବେ ବି ଅନେକ ଯାତ୍ରୀ ରେଳ ବଗି ତଳେ ଚାପି ହୋଇ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ବିଷୟରେ ଅନୁଧ୍ୟାନ କରିଛନ୍ତି।

ଶତାଧିକ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆହତ ଏତେ ଅଧିକ ଥିଲେ ଆହତମାନଙ୍କୁ ବସ୍‌ ଯୋଗେ ଡାକ୍ତରଖାନା ନିଯାଇଛି । ଓ଼ଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ୪୭ଜଣ ଆହତଙ୍କୁ ବାଲେଶ୍ୱରସ୍ଥିତ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବାବେଳେ ୧୩୨ଜଣ ଆହତଙ୍କୁ ନିକଟସ୍ଥ ସୋର ଓ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଖଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଦୁର୍ଘଟଣାସ୍ଥଳକୁ ୩ଟି ଏନଡିଆରଏଫ ଟିମ୍ ଓ ୪ଟି ଓଡ୍ରାଫ ଟିମ୍ ପଠାଯାଇଛି । ସ୍ଥାନୀୟ ଲୋକ ତୁରନ୍ତ ଅନେକଙ୍କୁ ଉଦ୍ଧାର କରିଥିଲେ ।

ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ରାତ୍ରିକାଳୀନ ଦୁର୍ଘଟଣା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।

ସୂଚନା ଥାଉକି ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ବେଙ୍ଗାଲୁର-ହାଓ୍ୱଡା ଟ୍ରେନ ସହ କରମଣ୍ଡଳ ଟ୍ରେନ ଧକ୍କା ହୋଇଥିଲା, ଫଳରେ ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡିଥିବା ପ୍ରାଥମିକ ସୂଚନା ମିଳିଥିଲା । ସ୍ଥାନୀୟ ଲୋକ ପ୍ରଥମେ ଅନେକ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ୍‌ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ, ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଓ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଥିବା ସୂଚନା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାକୁନେଇ ଅବଗତ ହେଲା ‌ପରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) କଣ୍ଟ୍ରୋଲ ରୁମ୍‌କୁ ଯାଇ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା ଏକ ଦୁଃଖଦାୟକ ଘଟଣା ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଉଦ୍ଧାର କାର୍ଯ୍ୟ ସବୁଠାରୁ ବଡ଼ କଥା। ଆହତ ଓ ଗୁରୁତର ଲୋକଙ୍କୁ ଡାକ୍ତରଖାନାକୁ ନେଇ ସେମାନଙ୍କର ଜୀବନ ରକ୍ଷା କରିବା ସର୍ବ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି (ଶନିବାର) ସକାଳୁ ଘଟଣାସ୍ଥଳକୁ ଯିବି ବୋଲି ସୂଚନା ଦେଇଛନ୍ତି।