ବିଜୁ ଜନତା ଦଳକୁ ଉଇ ଚରିଲାଣି

କୁଆଡେ଼ ଗଲା ମହାନଦୀର ବଳ, ଶୁଖିଯିବ ବ୍ରାହ୍ମଣୀ ନଦୀ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବିରାଟ ଜଳଭଣ୍ଡାର କରୁଥିବାରୁ ଏକଦା ‘ମହାନଦୀର ଜଳ ବିଜୁ ଜନତା ଦଳ’ କହି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଦଳଟି ଆଜି ସଂପୂର୍ଣ୍ଣ ନିରବି ଯାଇଛି । ସତେ ଯେପରି ବିଜୁ ଜନତା ଦଳକୁ ଉଇ ଚରିଯାଇଛି ।

ଚିଲିକାଠାରୁ ସାତକୋଶିଆ, ଭିତରକନିକା ସମେତ ଓଡ଼ିଶାର ୧୬ଟି ଜିଲ୍ଲାର ସ୍ୱାର୍ଥ ସହିତ ଜଡ଼ିତ ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଆଖି ବୁଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତିଶଗଡ଼ ଭଳି ଝାଡ଼ଖଣ୍ଡ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ୧୨ଟିରୁ ଅଧିକ ପ୍ରକଳ୍ପ କଲାଣି । ସମୟ ଆସିବ, ମହାନଦୀ ଭଳି ବ୍ରାହ୍ମଣୀ ନଦୀ ଗର୍ଭ ଶୁଖିଲା ପଡ଼ିବାକୁ ଯାଉଛି ଅଥଚ ଆମ ରାଜ୍ୟ ସରକାର ଓରଫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିଦ ଭାଙ୍ଗୁନି ।

ପୋଲାଭରମ ପ୍ରକଳ୍ପ ବିବାଦଟି ସୁପ୍ରିମକୋର୍ଟରେ ଝୁଲିରହିଛି । କିନ୍ତୁ ଅଟକି ଯାଇନି ତା’ର ନିର୍ମାଣ କାର୍ଯ୍ୟ । ମାଲକାନଗିରିର ୨୧ଟି ଗ୍ରାମ ସମେତ ଓଡ଼ିଶାର ୨ ହଜାର ହେକ୍ଟର ଜଙ୍ଗଲ ବୁଡ଼ିବାକୁ ଯାଉଛି; ସଂପୃକ୍ତ ଅଂଚଳବାସୀ କାନ୍ଦୁଛନ୍ତି, ମାତ୍ର କାନ୍ଦୁନାହାନ୍ତି ଆମ ମୁଖ୍ୟମନ୍ତ୍ରୀ ।

ନିର୍ବାଚନରେ ଅଧିକ ଭୋଟ ସାଉଁଟିବା ଭଳି ପ୍ରସଙ୍ଗ ଗୁଡ଼ିକ ଏବେ ମୁଖ୍ୟମନ୍ତ୍ରୀଙ୍କ ଟେବୁଲର ସୌନ୍ଦର୍ଯ୍ୟ ବଢ଼ାଇଛି । ଓଡ଼ିଶାର ସ୍ୱାର୍ଥ ପ୍ରତି ଆଖି ବୁଜିଛନ୍ତି ଶାସକ ଦଳର ତୁଙ୍ଗନେତାଗଣ । ଓଡ଼ିଶାର ବୁଦ୍ଧିଜୀବୀ, ନାଗରିକ, ଚିନ୍ତାନାୟକ, ଯୁବ, ଛାତ୍ରଗୋଷ୍ଠୀ ।