ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ବିଜେପି ପକ୍ଷରୁ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ଦୂର୍ଗାପୂଜାରେ ମା’ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି । ସୋମବାର ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ କଟକ ବନ୍ଦ ରହିବ ବୋଲି ବିଜେପି ନେତା ସମୀର ଦେ ଏକ ସୂଚନା ଦେଇଛନ୍ତି । ବନ୍ଦ ଡାକାରାରୁ ସମସ୍ତ ଜରୁରୀ ସେବା ବାଦ୍‌ ପଡିବ ।କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ଗଣେଷ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁର୍ଭାଗ୍ୟର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନିତ କରାଯାଉଛି । ସେମାନେ ସରକାରଙ୍କୁ ଅଭିଯୋଗ କଲେ ମଧ୍ୟ ଶୁଣାଯାଉ ନାହିଁ । ଯଦି ଶୁଣିବାର ନଥିଲା ତେବେ କାହିଁକି ତାଙ୍କୁ ଡାକିଥିଲେ । କଟକର ପୂଜା କମିଟି ଗୁଡିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ଅନୁରୋଧ କରିଥିବା ବେଳେ ସରକାର ଏହାକୁ ପୂର୍ବ ନିଷ୍ପତି ଅନୁଯାୟୀ ପାଳନ କରିବାକୁ ଦୋହରାଇଥିଲେ । ଏଣୁ ବିଜେପି ଏହି ମୁରବୀଙ୍କ ଅପମାନ ହୋଇଥିବାରୁ ଏହି ବନ୍ଦ ଡାକରା ଦେଇଛି । ତେବେ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ସାଧାରଣ ଲୋକ, ଶାନ୍ତି କମିଟି,ପୂଜା କମିଟିର କର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ସମୀର ଦେ । ପ୍ରତିବାଦ ସ୍ୱରୂହାଇକୋର୍ଟ ଠାରୁ ଆରମ୍ଭ କରି ମାଲଗୋଦାମ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।