ପଦ୍ମପୁର ସବ୍ ଡିଭିଜନ ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ କଲେ ବିଜେପି ରାଜ୍ୟ ଏକ ମୁରୁଡି ଅନୁସନ୍ଧାନ ଦଳ

ବରଗଡ଼,(ଏସ୍ ନ୍ୟୁଜ୍) ତା ୨୮/୮: ବରଗଡ ଜିଲ୍ଳା ସବ ଡ଼ିଭିଜନ ରେ ବିଜେପି ରାଜ୍ୟ ଏକ ମରୁଡି ଅନୁସନ୍ଧାନ ଟିମ ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ମରୁଡି ସ୍ଥିତି ପରି ଦର୍ଶନ କରିଥିଲେ । ସାରା ରାଜ୍ୟ ରେ ଏବେ କମ ବର୍ଷା ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ଜାଗା ରେ ମରୁଡି ର କରାଳ ରୂପ ନେବାରେ ଲାଗିଛି ଆଉ ସ୍ଥିତି ଭୟଙ୍କର ହେଉଛି ଏହି ଟିମ ପଦ୍ମପୁର ବ୍ଲକ ର ବରିକେଲ ଓ ଝାରବନ୍ଧ ର ଜଗଦଳପୁର ଆଉ ବିଭିନ୍ନ ଜାଗା କୁ ପରିଦର୍ଶନ କରିଥିଲେ ଏବଂ ଚାଷୀ ଙ୍କ ସହ ମରୁଡ଼ିର ଚର୍ଚ୍ଚା କରିଥିଲେ କେମିତି ଆଗାମୀ ଦିନ ରେ ମରୁଡି ଘୋଷଣା ହେବ ଅନୁ ସନ୍ଧାନ ପାଇଁ ରାଜ୍ୟ ବିଜେପି ଦ୍ୱାରା ଏକ ଟିମ ଗଠନ କରା ଯାଇଛି ।

ମରୁଡି ସ୍ଥିତି ଅନୁଧ୍ୟାନ କରି ଓଡିଶା ସରକାର ତଥା କେନ୍ଦ୍ର ସରକାର ପାଖେ ଉପସ୍ଥାପନ କରିବେ ଏଥିରେ ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ,ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାଏକ,ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ,ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଚନ୍ଦ୍ରଶେଖର ପଣ୍ଡା,ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର,ଜିଲ୍ଲା ସାଧାରଣ ସମ୍ପାଦକ ରବିନାରାୟଣ ଦାସ, ରାଜ୍ଯ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ,ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ,ଜିଲ୍ଲା ଉପସଭାପତି ସରୋଜ ସାମଲ,ଜିଲ୍ଲା ସଭାପତି ଏସଟି ମୋର୍ଚ୍ଚା ପୁରୁଷୋତ୍ତମ ନାଏକ,ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ଡା ,ବରିକେଲ ମଣ୍ଡଳ ସଭାପତି ସୌକୀଲାଲ ସାହା,ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ଯୋଗେନ୍ଦ୍ର ଭୋଇ,ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନମୋହନ ପଟେଲ,ଜଗଦଳପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲ ,କୃଷକ ମୋର୍ଚ୍ଚା ଆଇଟି ସେଲ ନୀଳାଞ୍ଚଳ ଦରୁଆନଙ୍କ ସମେତ ସମସ୍ତ ନେତୃମ ଣ୍ଡଳୀ ଉପସ୍ଥିତ ଥିଲେ ।