ଜିଏସଟି ଫାଙ୍କିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଚଢ଼ାଉ

ଭୁବନେଶ୍ୱର: ଜିଏସଟି ଫାଙ୍କିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଆଜି ବଡ଼ ଧରଣର ଚଢ଼ାଉ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଟଖା ଡିଷ୍ଟ୍ରିବ୍ୟୁଟର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବି ଜିଏସଟି ଚଢ଼ାଉ ହୋଇଛି ।

ତେବେ ରାଜ୍ୟର ୧୪ଟି ଜିଲ୍ଲାରେ ୧୦୦ରୁ ଅଧିକ ଜିଏସଟି ଟିମ୍ ଆଜି ଚଢ଼ାଉ କରିଛି । ୨୦ଟି ବଡ଼ ଟୋବାକୋ କମ୍ପାନୀ ଉପରେ ଏବେ ବି ଚଢ଼ାଉ ଚାଲିଛି । କମ୍ପାନୀଗୁଡ଼ିକ ଜିଏସଟି ଠକେଇ କରିଥିବା ଅଭିଯୋଗ ହୋଇଛି ।