ଇଦ୍ ଅଲ୍‌ ଅଦା ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବଳିଦାନର ପର୍ବ ଇଦ୍ ଅଲ୍‌ ଅଦା ବା ବକରୀ ଇଦ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀ । ସମଗ୍ର ଦେଶରେ ଆଜି ମୁସଲମାନ ଭାଇ-ଭଉଣୀମାନେ ପାଳୁଛନ୍ତି ପବିତ୍ର ଇଦ୍-ଉଲ୍-ଜୁହା ପର୍ବ । କରୋନା କଟକଣା ଯୋଗୁଁ ଘରେ ରହି ଏହି ବଳିଦାନର ପର୍ବ ପାଳୁଛନ୍ତି । ଏହି ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ଜଣାଇଛନ୍ତି ।ଏହି ପର୍ବ ସମାଜରେ ଶାନ୍ତି ଓ ମୈତ୍ରି ଭାବ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ ।