ମହାପ୍ରଭୁଙ୍କ ଆଜ୍ଞାମାଳ ଓ ତିନି ରଥର ଦକ୍ଷିଣମୋଡ଼ ପ୍ରକ୍ରିୟା

ପୁରୀ,(ଏସ୍‌ ନ୍ୟୁଜ): ତିନି ରଥ ନିକଟରେ ଆଜ୍ଞାମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବା ପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ତିନି ରଥରେ ବିଜେ ହୋଇଛି।

ପରମ୍ପରା ଅନୁଯାୟୀ, ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ ପାଇଁ ଶରଧାବାଲିକୁ ,ଏହା ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣମୁହାଁ କରି ରଖାଯିବ।, ଦକ୍ଷିଣମୋଡ଼ ପାଇଁ ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ଭୋର୍‌ ୪ଟାରେ ଦ୍ବାରଫିଟା, ସାଢ଼େ ୪ଟାରେ ଭିତରଶୋଧ, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ମଇଲମ-ତଡ଼ପଲାଗି, ୬ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ। ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ନୀତି ପରେ ବେଶ ଶେଷ ହେବ। ସାଢ଼େ ୯ଟାରେ ଗୋପାଳବଲ୍ଲଭ, ୧୦ଟାରୁ ସାଢ଼େ ୧୧ଟା ସକାଳଧୂପ ନୀତି ଅନୁଷ୍ଠିତ ହେବ।

ସୂଚନା ମୁତାବିକ, ତିନିଜଣ ପୂଜାପଣ୍ଡା ସାମନ୍ତ ବାଡ଼ରୁ ଆଜ୍ଞାମାଳ ଆଣିଲେ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥରେ ବିଜେ କରୀଛନ୍ତି। ପ୍ରଥମେ ଦର୍ପଦଳନ ରଥର ଦକ୍ଷିଣମୋଡ଼ ପାଇଁ ରଥ ଟଣା ଆରମ୍ଭ ହୋଇଛି । ଏହାପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ। ସହ ପୋଲିସ ଓ ଭୋଇ ସେବାୟତ ମିଶି ରଥକୁ ଦକ୍ଷିଣ ମୋଡ କରିବେ। ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦଣ୍ଡାୟମାନ ହେବ ରଥତ୍ରୟ। ଆସନ୍ତା ୨୦ ତାରିଖରେ ବାହୁଡ଼ିବେ ଶ୍ରୀଜିଉ।