ପ୍ରପୋଜ୍‌ ଡେ’ ରେ ପ୍ରେମୀ ଯୁଗଳଙ୍କ ପଡିଲା ହାତଗଣ୍ଠି

ଭାଲେଣ୍ଟାଇନ୍ସ ସପ୍ତାହ..

ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହୋଇଯାଇଛି, ଚାରିଆଡ଼ ପ୍ରେମମୟ ହୋଇ ଉଠିଛି। ଗତକାଲି ପ୍ରେମ ସପ୍ତାହର ପ୍ରଥମ ଦିନରେ ଗୋଲାପ ଦିଆନିଆ ତ ସରି ଯାଇଛି। ତେବେ ପ୍ରେମ ସପ୍ତାହର ଦ୍ୱିତୀୟ ଦିନ ପ୍ରପୋଜ୍‌ ଡେ’ ।

ଲୁଚାଛପାରେ ଚାଲିଥିଲା ପ୍ରେମ। ଉଭୟ ପ୍ରେମୀ ଯୁଗଳ ଲୁଚାଛପାରେ ପରଷ୍ପର ମିଶୁଥିଲେ କଥା ହେଉଥିଲେ। ତେବେ ପ୍ରେମିକାର ବାପା ପ୍ରେମିକ ସହିତ ଝିଅର କଥା ହେଉଥିବା ସମୟରେ ପ୍ରେମିଯୁଗଳ ଙ୍କୁ ଧରିବା ସହ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପ୍ରେମୀ ଯୁଗଳ ସାବାଳକ୍ ହୋଇ ଥିବାରୁ ଉଭୟ ପିତା ମାତାଙ୍କ ସହମତି କ୍ରମେ ସ୍ଥାନୀୟ ମନ୍ଦିରରେ ବିବାହ କରାଇଲେ ପୋଲିସ୍ ଓ ସ୍ଥାନୀୟ ସରପଞ୍ଚ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ସିଂଲା ଥାନା ଅଧୀନ ପୁଟୁରା ପଞ୍ଚାୟତରେ।ସୂଚନାରୁ ପ୍ରକାଶ ପୁଟୁରା ପଞ୍ଚାୟତର ଦକ୍ଷିଣ ପୁଟୁରା ଗ୍ରାମର ବାସୁଦେବ ସାନ୍ତରାଙ୍କ ଝିଅ ସହିତ ବାଲିସାହି ଗ୍ରାମର ରବିନ୍ଦ୍ର ସାମନ୍ତଙ୍କ ପୁଅ ନିଲୁ ସାମନ୍ତଙ୍କ ସହିତ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ରହିଥିଲା। ତେବେ କୌଣସି ସୁତ୍ରରୁ ଝିଅର ବାପା ଝିଅ ପୁଅ କଥାହେଉଥିବାର ଜାଣିପାରି ଉଭୟଙ୍କୁ ଅଟକ ରଖି ସିଂଲା ଥାନାକୁ ନେଇଥିଲେ। ତେବେ ଥାନା ASI ଲମ୍ବୋଦର ମୁର୍ମୁ ଉଭୟ ପ୍ରେମୀ ଯୁଗଳଙ୍କ ବିବାହ ଯୋଗ୍ୟ ବୟସ ହୋଇଥିବା ବେଳେ ଉଭୟ ପିତାମାତାଙ୍କ ସହମତି ରେ ସ୍ଥାନୀୟ ମନ୍ଦିରରେ ବିବାହ କରାଇଥିଲେ। ତେବେ ଏହି ବିବାହରେ ଉଭୟ ପକ୍ଷର ମୁରବି ଉପସ୍ଥିତ ଥିବା ବେଳେ ପୁଟୁରା ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ବେହେରା ମଧ୍ୟ ସାମିଲ୍ ରହି ବର କନ୍ୟାଙ୍କୁ ଆଶ୍ରୀବାଦ୍ ଦେଇଥିଲେ।