ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ସିଆରପିଏଫ ଯବାନ

ଯବାନଙ୍କ ଏଭଳି ମହାନତାକୁ ଅଞ୍ଚଳବାସି ବେଶ ପ୍ରଂଶସା କରିଛନ୍ତି….

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗବାଡ଼ି ଭଳି ଦୁର୍ଗମ ଅଂଚଳରୁ ରୋଗୀ ନିତିଦିନ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅଲ୍ଟ୍ରାସାଉଣ୍ଡ ମିଶିନ୍, ରକ୍ତଭଣ୍ଡାର ଥାଇ ମଧ୍ୟ ରୋଗୀଙ୍କ ସେବାରେ ଲାଗୁନାହିଁ । ତେବେ କୋଟଗଡ଼ ବ୍ଲକ ଉପାନ୍ତ ଅଞ୍ଚଳରେ ବସ ବାସ କରୁଥିବା ଏକ ଗରିବ ପରିବାର ନିଜର ୧୦ବର୍ଷ ବୟସର ଝିଅ ମନୀଷା ମଣ୍ଡଳର ଦେହ ଅସୁସ୍ଥ ଥିବା ଯୋଗୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ ।

ଝିଅଟି ସିକଲିନ୍ ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ହଠାତ୍ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହିତ ରକ୍ତର ଆବଶ୍ୟକ ପଡ଼ିଥିଲା । ଫଳରେ ଗରିବ ପରିବାର ଲୋକେ ରକ୍ତ ନପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲ । ଏହି ସମୟରେ ଦେବଦୂତ ସାଜି ବାଲିଗୁଡ଼ା ୧୨୭ ବାଟାଲିଆନ୍ କନଷ୍ଟେବଳ ପୀୟୂଷ କଲ୍ଟିଆ ଚିକିତ୍ସା ଳୟରେ ପହଞ୍ଚି ବି’ପଜିଟିଭ୍ ରକ୍ତ ଦାନ କରିଥିଲେ । ଏହା ଫଳରେ ଛୋଟ ଶିଶୁଟି ନୂଆ ଜୀବନ ପାଇଛି । ଯବାନଙ୍କ ଏଭଳି ମହାନତାକୁ ଅଞ୍ଚଳବାସି ବେଶ ପ୍ରଂଶସା କରିଛନ୍ତି ।