ଲାଞ୍ଚ ନେବା ବେଳେ ଧରା ପଡିଲେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ

ବରଗଡ: ଡ୍ୟୁଟି ସମୟରେ ଲାଞ୍ଚ ନେବା ସରକାରୀ କର୍ମଚାରୀଙ୍କୁ ପଡିଛି ମହଙ୍ଗା । ଲାଞ୍ଚ ନେଲା ବେଲେ ଧରା ପଡ଼ଯାଇଛନ୍ତିି ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ । ଫୁଡ ସେଫଟି ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେଉତିବା ବେଳେ ଭିିଜିଲାନ୍ସ ତାଙ୍କୁ ମାଡି ବସିଛି ।

ବରଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କଳା କାରନାମାରୁ ଉଠିଛି ପରଦା । କାମ କରାଇ ଦେବା ପାଇଁ ଲାଞ୍ଚ ନେଉତିବା ବେଳେ ଧରା ପଡିଛନ୍ତି ଜନସ୍ୱାସ୍ଥ୍ୟ ଅଧିକାରୀ ଚୁଳବତୀ ସାହୁ । ଫୁଡ ସେଫଟି ଲାଇସେନ୍ସ କରାଇ ଦେବା ପାଇଁ ଜଣେ ହୋଟେଲ ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଚୁଳବତୀ । ମାତ୍ର ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିବା ପରେ ଏବେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ । ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚୁଳବତୀଙ୍କ ଘରେ ଚଢାଉ ଆରମ୍ଭ ହୋଇଛି ।