ଆନନ୍ଦ ଉଲ୍ଲାସରେ ଉଦ୍‌ଯାପିତ ହେଲା

୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍‌ ଜାମ୍ବୋରେଟ୍‌

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ସଂସ୍ଥା ….

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ସଂସ୍ଥା ଆନୁକୂଲ୍ୟରେ ତା୨୨.୧୨.୨୦୨୫ରିଖ ଠାରୁ ଆୟୋଜିତ ହୋଇଥିôବା ୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍‌ ଜାମ୍ବୋରେଟ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦ୍‌ଯାପିତ ହୋଇଅଛି । ଅନ୍ୟପକ୍ଷରେ ସ୍କାଉଟ ଗାଇଡ୍‌ମାନଙ୍କ ମଧ୍ୟରେ ଶାରୀରିକ କଳା କୌଶଳ ପ୍ରତିଯୋଗିତା, ପିଜାଣ୍ଟ ସୋ ସହ ପରିବେଶ ଅସନ୍ତୁଳନ କାର୍ଯ୍ୟକ୍ରମ, କ୍ୱିଜ୍‌ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।

ସାନ୍ଧ୍ୟ ଅଧିବେଶନରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କୁ କଲର ପାର୍ଟି ଦ୍ୱାରା ସ୍କାଉଟ ଓ ଗାଇଡ୍‌ମାନେ ମଞ୍ଚ ଉପରକୁ ପାଛୋଟି ନେଇ ପୁଷ୍ପଗୁଛ ମାଧ୍ୟମରେ ସ୍ୱାଗତ କରାଯାଇଥିଲା । ପ୍ରାରମ୍ଭରେ ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ସ୍ୱାଗତ ଭାଷଣରେ ଶିବିରର ଉଦ୍ଦେଶ୍ୟ ଏବଂ ଉପାଦେୟତା ତଥା ସ୍କାଉଟ ଓ ଗାଇଡ୍‌ ସଂଗଠନ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଅତିଥିଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍‌ ଆୟୋଜନ ଯାହାକି ସ୍କାଉଟ ଓ ଗାଇଡ୍‌ ମାନଙ୍କ ପାଇଁ ଏକ ପ୍ରେରଣା ଦାୟକ ଏବଂ ସମ୍ପର୍କର ସେତୁ ନିର୍ମାଣ କରିବାରେ ସହାୟକ, ସେଭଳି ଆୟୋଜନ କରିବା ପରେ ସଂଗଠନର ଭୂମିକାକୁ ଉଚ୍ଚପ୍ରଶଂସା କରିବା ସହିତ ଶିବିରର ସଫଳତା କାମନା କରିଥିଲେ । ସମାଜ ସେବୀ (ଗୋରକ୍ଷଣ ସମିତି), ଅଶୁରେଶ୍ୱର ଶ୍ରୀ ବିଷ୍ଣୁ ଚରଣ ନାୟକ, ଶାରୀରିକ ଶିକ୍ଷାର ସହ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ପରିଡ଼ା ଏବଂ ସହକାରୀ ରାଜ୍ୟ କମିଶନର ଶ୍ରୀ ଦୁଃଶାସନ ସ୍ୱାଇଁ ଯୋଗ ଦେଇଥିଲେ। ସ୍କାଉଟ ଓ ଗାଇଡ୍‌ମାନେ ଚିତ୍ତାକର୍ଷଣ ନୃତ୍ୟ ଅତିଥିଙ୍କ ସମ୍ମୁଖରେ ପରିବେଷଣ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଜିଲ୍ଲା ଓ ସ୍କାଉଟ ଗାଇଡ୍‌ମାନଙ୍କୁ ଫଳକ, ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।