ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ

The first coordination meeting for the world-famous Puri Rath Yatra 2022

ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ । ୨ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହୋଇପାରେ ଘୋଷଯାତ୍ରା । ରଥଯାତ୍ରା ପାଇଁ ୨ଟି ପ୍ଲାନ ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ । ସ୍ଥିତି ସ୍ବାଭାବିକ ହେଲେ ଆସିପାରନ୍ତି ୨ ଗୁଣା ଭକ୍ତ । କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

୨ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପୁରୀ ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ରଥଯାତ୍ରା ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ବର୍ତ୍ତମାନ ସୁଦ୍ଧା କୋଭିଡ୍ ସଂକ୍ରମଣ କମ୍ ଥିବାରୁ ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ । ଯଦି ଲୋକଙ୍କୁ ଆସିବାକୁ ଅନୁମତି ମିଳେ, ତେବେ ଏଥର ଅଧିକ ଲୋକ ଆସିବେ ।