ରାଜଧାନୀ ରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

 ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା ମହାମାରୀର ସଂକ୍ରମଣ ମଧ୍ୟରେ ଡେଙ୍ଗୁ ନିଜର ଆତଙ୍କ ଖେଳାଇଚାଲିଛି । ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ୧୫ ବର୍ଷର ଜଣେ ନାବାଳିକା ଥିଲେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ମୃତ ନାବାଳିକା ଜଣକ ଗତ କିଛିଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ । ତେବେ ନାବାଳିକା ଜଣକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ନା ଅନ୍ୟ କୌଣସି କାରଣ ଅଛି, ସେନେଇ ତନାଘନା ଜାରି ରହିଛି । ଏନେଇ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଛନ୍ତି ।