ଭଡ଼ାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଅଟଳାଠାରେ ଜଣେ ଯୁବତୀ ଭଡାରେ ରହୁଥିବା ବେଳେ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ନାମ ସୁଜାତା ରଥ ବୋଲି ଜଣାପଡ଼ିଛି । ସୁଜାତାଙ୍କ ପରିବାର ମଧ୍ୟ ଅଟଳା ବାସିନ୍ଦା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପାହାଳ ପୋଲିସ ।