ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭାରେ ଶୀତ ଅଧିବେଶନର ସପ୍ତମ ଦିନ। ଆଜି ମଧ୍ୟ ପୂର୍ବ ଦିନ ଭଳି ବିଧାନସଭାରେ ସମାନ ଅବସ୍ଥା ଦେଖାଯାଇଛି। ଆରମ୍ଭରୁ ଗୃହର ମଧ୍ୟଭାଗରେ ସବୁ ଦଳର ବିଧାୟକ ହଟ୍ଟଗୋଳ କରିଛନ୍ତି। ଫଳରେ ଦିନ ସାଢେ ୧୧ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବି ଘୋଷଣା କରିଛନ୍ତି। ମମିତା ମେହେର ମାମଲାରେ ଗୋବିନ୍ଦଙ୍କ ଓକିଲଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ହଟ୍ଟଗୋଳ କାରଣରୁ ଗୃହକୁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି।