ତାଲିମ ନେଉଥିଲା ବେଳେ ଟଳିପଡ଼ିଲେ ଗୃହରକ୍ଷୀ

ଭୁବନେଶ୍ୱର: ପୁଲିସ ପଡ଼ିଆରେ ଗୃହରକ୍ଷୀ ତାଲିମ ନେଉଥିବା ସମୟରେ ଜଣେ ପ୍ରାଣ ହରାଇଛନ୍ତି । ଘଟଣାଟି ଅନ୍ୟମାନଙ୍କୁ ହତଚକିତ କରିଛି । ପ୍ରାଣ ହରାଇଥିବା ଗୃହରକ୍ଷୀଙ୍କ ନାମ ବାସୁଦେବ ମାନସିଂ । ସେ ଏୟାର ଫିଲ୍ଡ ଥାନାରେ ଗୃହରକ୍ଷୀ କାମ କରନ୍ତି । ଅନ୍ୟ ସହକର୍ମୀଙ୍କ ସହିତ ସେ ପୁଲିସ ରିଜର୍ଭ ପଡ଼ିଆରେ ତାଲିମ ନେଉଥିଲା ବେଳେ ଟଳି ପଡ଼ିଲେ । ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ମୃତ ବାସୁଦେବଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ପୁଲିସ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।