ଉଡନ୍ତା ପୋଲରେ ଜଳିଗଲା ତୈଳ ଟ୍ୟାଙ୍କର

ଲୁଧିଆନା: ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଖାନ୍ନା ଅଂଚଳରେ ଉଡନ୍ତା ପୋଲ ଉପରେ ଗୋଟିଏ ତୈଳ ଟ୍ୟାଙ୍କର ଯାଉଥିଲା ବେଳେ ଡିଭାଇଡର ଉପରକୁ ଚଢ଼ି ଯାଇଥିଲା । ଟ୍ୟାଙ୍କରଟି ଓଲଟି ପଡ଼ିବା ମାତ୍ରେ ନିଅାଁ ଧରିଥିଲା । ଚାହୁଁ ଚାହୁଁ ସମଗ୍ର ଅଂଚଳଟି କଳାଧୂଅାଁରେ ଛାଇ ହୋଇଗଲା । ଟ୍ୟାଙ୍କରଟି ଜଳୁଥିଲା ବେଳେ ଦୁଇପାଖରେ ଶତାଧିକ ଯାନବାହନ ଠିଆ ହୋଇ ରହିଥିଲେ । ନିଅାଁ ଲିଭାଇବା କାମରେ ୫ଟି ଦମକଳ ଗାଡ଼ି ଲାଗି ପଡ଼ିଥିଲେ ।

ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଜଣାପଡ଼ିନି । ପୁଲିସ ସୂଚନା ମୁତାବକ ଦିନ ସାଢେ଼ ୧୨ଟାରେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରାଫିକ ପୁଲିସ ଘଟଣାସ୍ଥଳରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକୁ ବିକଳ୍ପ ବାଟରେ କଢ଼ାଇ ନେଇଥିଲେ ।