ନାମିବ୍ୟା ଚିତା ତିନୋଟି ଛୁଆକୁ ଜନ୍ମ ଦେଲା

କୁନୋ: ନାମିବ୍ୟାରୁ ଅଣାଯାଇ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିବା ଚିତା ‘ଆଶା’ ଇତି ମଧ୍ୟରେ ତିନୋଟି ଛୁଆ ଜନ୍ମ କରିଛି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ଉକ୍ତ ବିଷୟ ଜଣାଇଛନ୍ତି । ବାଘ ଶାବକଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପ୍ରସାରଣ କରିଛନ୍ତି ।

ଭାରତର ବାୟୁମଣ୍ଡଳ ଓ ପାଣିପାଗ ନାମିବ୍ୟା ଚିତାକୁ ସୁହାଇଛି । ଆଗାମୀ ଦିନରେ ଦେଶରେ ଚିତାବାଘ ସଂଖ୍ୟା ବୃଦ୍ଧି ପାଇବାର ସଂକେତ ବହୁ ପଶୁପ୍ରେମୀ, ପ୍ରାଣୀ ଗବେଷକ ଓ କୁନୋ ଜାତୀୟ ଉଦ୍ୟାନ କର୍ମଚାରୀଙ୍କୁ ଆନନ୍ଦିତ କରିଛି ।