ପୋଲିସ ହେପାଜତରେ ମୃତ୍ୟୁ ମାମଲା; ବରଗଡରେ ପହଞ୍ଚିଲେ ଏଚଆରପିସି ଟିମ୍

ବରଗଡ଼: ବରଗଡ଼ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ଗତ ସେପ୍ଟେମ୍ବର ୨୫ ତାରିଖ ଦିନ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ ମଧ୍ୟ ହୋଇଥିଲା । ଏ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ଗୋବିନ୍ଦଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା । ଘଟଣା ଯାଇ ପହଞ୍ଚିଥିଲା ଏଚଆରପିସି ପାଖରେ । ଏହାକୁ ନେଇ ଶୁକ୍ରବାର ଏଚଆରପିସିର ଏକ ଦୁଇ ଜଣିଆ ଟିମ୍ ତଦନ୍ତ ପାଇଁ ବରଗଡ଼ରେ ପହଞ୍ଚିଛନ୍ତି । ଏହି ଟିମରେ ଅତିରିକ୍ତ ଏସପି ଇତିକାନ୍ତ ମହାପାତ୍ରଙ୍କ ସହ ଡିଏସପି ବିଦ୍ୟୁତ ପଣ୍ଡା ରହିଛନ୍ତି ।