ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,(ଏସ୍‌ ନ୍ୟୁଜ): ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କରାଯିବା ଅନେକ କଟକଣା କୋହଳ କରାଯାଇଛି । ଖସୁଥିବା କରୋନା ସଂକ୍ରମଣ ହାରକୁ ନଜରରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସର କଟକଣାକୁ ଆହୁରି କୋହଳ କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ ରାଜ୍ୟରେ ସପ୍ତାହନ୍ତ ସଟ୍ ଡାଉନ୍ ଉଠାଇ ଦିଆଯାଇଛି । କିନ୍ତୁ ପୁରୀ ଶ୍ରୀମନ୍ଦିର ପୂର୍ବ ଭଳି ଶନିବାର ଓ ରବିବାର ବନ୍ଦ ରହିବ । ଆସନ୍ତା ୧୦ ତାରିଖରେ ଗଣେଶ ପୂଜାରେ ମଧ୍ୟ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିରରେ ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।