କୋଣାର୍କ: ଲେଜର ଆଲୋକରେ ଝଲସିବ ବିଶ୍ଵ ଐତିହ୍ୟ କୋଣାର୍କ ମନ୍ଦିର। ଭାରତ ସ୍ବାଧୀନତାର ୭୫ ବର୍ଷ ଅବସରରେ ପୂରୀ ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ୧୨ଟି ମନ୍ଦିରକୁ ଆକର୍ଷଣୀୟ ଆଲୋକରେ ସଜିତ କରାଯିବ। ଗତକାଲି ବିଜୟା ଦଶମୀ ତିଥିରେ ପରୀକ୍ଷା ମୂଳକ ଭାବେ ଆଲୋକିକରଣ କରାଯାଇଥିଲା। ଏହି ପ୍ରକଳ୍ପ କାର୍ଯକାରୀ ହେଲେ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରରେ ତିରଙ୍ଗା ପତାକାକୁ ଲେଜର୍ ମାଧ୍ୟମରେ ଦେଖିବାର ସୁଯୋଗ ପାଇବେ। କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ସମେତ ଦେଶର ୧୨ଟି ପ୍ରମୁଖ ମନ୍ଦିରରେ ଲେଜର୍ ଆଲୋକ ବ୍ୟବସ୍ଥା କରାଯିବ।
Prev Post
Next Post