ସରିଲା ମହାବାହୁଙ୍କର ପହଣ୍ଡି ବିଜେ ନୀତି

 ପୁରୀ: ଆଜି ହେଉଛି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ପ୍ରକମ୍ପିତ ହେଉଛି ବଡ ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ। ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ରଥାରୁଢ ହୋଇଛନ୍ତି ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ ।

ବର୍ତମାନ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଧ୍ୟ ବଡ଼ଦାଣ୍ଡରେ ପହଞ୍ଚିସାରିଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କର ଆଗୁଆ ନୀତି ନିର୍ଘଣ୍ଟ ସାରିବାକୁ ପ୍ରସ୍ତୁତି ଚାଲିଛି । ତେବେ କରୋନା କଟକଣା ମଧ୍ୟରେ ବାହୁଡ଼ା ଯାତ୍ରା ଚାଲିଛି । ମହାମାରୀ କାରଣରୁ ଗତ ଥର ଭଳି ଏଥର ମଧ୍ୟ ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ଦିବ୍ୟଯାତ୍ରା । ଚଳିତ ଥର ମଧ୍ୟ ଜଗାର ଦର୍ଶନ ଭକ୍ତଙ୍କ ସାତ ସପନ ହୋଇ ରହିଗଲା । ଭକ୍ତଙ୍କ ପାଇଁ କଟକଣା ଜାରି ହୋଇଛି । ଘର ଛାତ ତଥା ବାଲକୋନୀରୁ ପ୍ରଭୁଙ୍କ ରଥଯାତ୍ରା ବି ଦର୍ଶନ ହେବନି । କଟକଣା ଉଲ୍ଲଂଘନ କଲେ କଡ଼ା ଦଣ୍ଡବିଧାନ ହେବ ବୋଲି କଡ଼ା ତାଗିଦ କରାଯାଇଛି ।