୨୯ ଏପ୍ରିଲରୁ ୭ ମେ ପର୍ଯ୍ୟନ୍ତ ପରୀକ୍ଷା ମାଟ୍ରିକ ପରୀକ୍ଷାସୂଚୀ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା-୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏହି ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି । ପ୍ରଥମ ସିଟିଂ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ପ୍ରତି ପରୀକ୍ଷାର ଅବଧି ୨ ଘଣ୍ଟା ବିଶିଷ୍ଟ ହେବ । କେବଳ ଗଣିତ ପରୀକ୍ଷାର ଅବଧି ୨ ଘଣ୍ଟା ୧୫ ମିନିଟ ବିଶିଷ୍ଟ ହେବ ।  ଟିଏଲଭି ଓ ଭିଜୁଆଲ ଆର୍ଟସର ଛଡ଼ା ଅନ୍ୟ ସମସ୍ତ ବିଷୟର ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ଏହି ୮୦ ମାର୍କ ମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।