ନବଦାସଙ୍କ ହତ୍ୟାକାଣ୍ଡ: ବୋଥ୍ରାଙ୍କ କାହାଣୀରେ ଗୋପାଳକୁ ଫିଟ୍‌ କରାଯାଉଛି

କ୍ରାଇମ୍‌ ବ୍ରାଂଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କ ନବଦାସ ହତ୍ୟାକାଣ୍ଡ …

ଝାରସୁଗୁଡ଼ା: କ୍ରାଇମ୍‌ ବ୍ରାଂଚ୍‌ ଏଡିଜି ଅରୁଣ ବୋଥ୍ରାଙ୍କ ନବଦାସ ହତ୍ୟାକାଣ୍ଡ କାହାଣୀ ଭିତରେ ଅଭିଯୁକ୍ତ ଗୋପାଳ ଦାସକୁ ଫିଟ୍‌ କରି ମାମଲାର ରୂପ ବଦଳାଇ ଦେବା ପାଇଁ ଜୋରସୋର ଉଦ୍ୟମ ଚାଲିଛି । ସୋସିଆଲ ମିଡିଆରେ ପ୍ରସାରିତ କେତୋଟି ଭିଡିଓ ନବଦାସଙ୍କୁ ଖଳନାୟକ ଭାବେ ସଜାଇଛି ତ କେତୋଟି ଭିଡିଓ ଅଭିଯୁକ୍ତ ଗୋପାଳ ଦାସ ପ୍ରତି ପୁଲିସର କୋହଳ ମନୋଭାବକୁ ଅଙ୍ଗୁଳି ଉଠାଇଛି । ଏଭଳି ହାଇ ପ୍ରୋଫାଇଲ୍‌ ହତ୍ୟାକାଣ୍ଡରୁ ଗୋପାଳ ଦାସକୁ ଖସାଇ ଦିଆଯିବ ବୋଲି ଅଧିକାଂଶ ଜନତା ଆଶଙ୍କା ପ୍ରକାଶ କରୁଥିଲା ବେଳେ ଜଘନ୍ୟ ହତ୍ୟା କରି ଗୋପାଳ ଦାସ ମନରେ ସାମାନ୍ୟ ଅନୁଶୋଚନା ନାହିଁ ବୋଲି ମତାମତ ପ୍ରକାଶ ପାଇଛି ।

ନିରୀହ ଓଡ଼ିଶାବାସୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆଇନର ବାଟ ମୋଡ଼ିବା ପାଇଁ ଅରୁଣ ବୋଥ୍ରାଙ୍କଠାରୁ ଭଲ ପୁଲିସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଠରେ ନାହାନ୍ତି । ମହାରାଷ୍ଟ୍ରରୁୂ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନବଦାସଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ସାଧାରଣରେ ଆଲୋଚନା ଚାଲିଛି । ବିଶେଷ କରି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ ଆଖପାଖ ଅଂଚଳରେ ଖୋଲାଖୋଲି ଆଲୋଚନା ଚାଲିଛି ।
ଜଣେ ବରିଷ୍ଠ ଆଇନଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବଦାସଙ୍କ ହତ୍ୟାକାରୀ ବୋଲି ଗାଇ ବୁଲୁଛନ୍ତି । ଲୋକମାନେ ଯାହା କୁହନ୍ତୁ, ଅରୁଣ ବୋଥ୍ରା ସେଥିପ୍ରତି ଦୃଷ୍ଟିପାତ କରିବେନି । ସେ ଆଇନର ଗତିପଥକୁ ସେଇ ଆଡ଼କୁ ମୋଡ଼ିବେ ଯାହା ନବୀନ ନିବାସ କହିବ ।